ଧରାପଡିଲେ ଦୁଇ ଲୁଟେରା

ବାରଙ୍ଗ : ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଝାମ୍ପି ନେଉଥିଲେ ସୁନା ଗହଣା ଓ ମୋବାଇଲ୍ । ଭୁବନେଶ୍ୱର ଚନ୍ଦକା ଥାନା ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ସ୍ନାଚର୍ । ଗତ ଦୁଇଦିନ ପୂର୍ବରୁ ଜଣେ ମହିଳା ତାଙ୍କ ପରିବାର ସହ ଡେରାସ ବୁଲିବା ବେଳେ ଏକୁଟିଆ ଦେଖି ଦୁଇ ଲୁଟେରା ତାଙ୍କ ବେକରୁ ୨୦ ଗ୍ରାମର ସୁନା ଚେନ୍ ଏବଂ ମୋବାଇଲ୍ ଲୁଟ୍ କରିଥିଲେ । ଏନେଇ ମହିଳା ଜଣକ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ସ୍ନାଚର୍‌ଙ୍କୁ କାବୁ କରିଥିଲେ । ଗିରଫ ଦୁଇ ଲୁଟେରା ହେଲେ ରଜେଶ ଦାସ ଏବଂ ରାଜକିଶୋର ଧର । ଦୁଇ ଲୁଟେରାଙ୍କଠାରୁ ଗୋଟିଏ ୨୦ ଗ୍ରାମ ସୁନା ଚେନ୍, ମୋବାଇଲ୍ ଏବଂ ବାଇକ୍ ଜବତ କରିବା ସହ ଗିରଫ କରି ଚନ୍ଦକା ଥାନା ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.