ଜାଗର ଭିଡର ଫାଇଦା ଉଠାଇ ଲୁଟ କରୁଥିବା ବେଳେ ମହିଳା ଲୁ‌ଟେରାକୁ ଧରିଲା ପୋଲିସ

ପୁରୀ : ବାବା ଲୋକନାଥ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ମାତିଲେ ସୁନା ଲୁଟେରା । ଭିଡର ଫାଇଦା ଉଠାଇ ଲୁଟୁଥିଲେ ସୁନା ଚେନ୍ । ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରି ଧରାପଡିଲେ ମହିଳା ଲୁଟେରା । ଅଭିଯୁକ୍ତ ମାଡିବସିଲେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ । ମହିଳା ଲୁଟେରାକୁ ଗିରଫ କରି ଥାନାକୁ ଅଣାଯାଇଛି । ଏହି ମହିଳା ଲୁଟେରାଙ୍କ ସଂପୃକ୍ତି ଥିବା ଅନ୍ୟ ଲୁଟେରାକୁ ଧରିବା ପାଇଁ ପଚାଉଚାର ଜାରି ରଖିଛି ପୋଲିସ ।

Leave A Reply

Your email address will not be published.