ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌

ବାରଙ୍ଗ : ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌ ମାରିଛି । ସୂଚନାନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଏଟିଏମ୍‌ ନିକଟକୁ ଆସିଥିଲେ । ଜଣେ ଶାବଳ ଧରି ଏଟିଏମ୍‌ ତାଡିବାକୁ ଲାଗିଥିଲା । ଆଉ ଜଣେ ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ଘଟଣାର ସୁରାକ ପାଇଁ ସ୍ଥାନୀୟ ଲୋକେ ଏଟିଏମ୍‌ ନିକଟକୁ ଆସିଥିଲେ । ଏହାଦେଖି ଦୁଇ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ସ୍ଥାନୀୟ ଲୋକେ ପ୍ରଥମେ ଗୋଡିସାହି ଫାଣ୍ଡିକୁ ଖବର ଦେଇଥିଲେ । ବାରଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।

Leave A Reply

Your email address will not be published.