jayashree

ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ଭାଟି ମ୍ୟାନେଜରଙ୍କଠାରୁ ଲୁଟ୍‌ ମାମଲାରେ ଦୁଇ ଜଣଙ୍କୁ ଗିରଫ ସହ କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନୂତନ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁୟାରୀ ଏକ ତାରିଖ ଦିନ ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ମଦଭାଟି ମ୍ୟାନେଜର ଟିଟିଲାଗଡ଼କୁ ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଜମା କରିବା ପାଇଁ ଆସୁଥିବା ବେଳେ ବଛାଯୁଝା ନିକଟରେ ଚାରିଜଣ ଯୁବକ ଅତର୍କିତ ଆକ୍ରମଣ କରି ତାଙ୍କ ଟଙ୍କା ଲୁଟି ନେଇଥିଲେ । ଲୁଟ ହେବା ପରେ ଭାଟି ମ୍ୟାନେଜର ଟିଟିଲାଗଡ଼ ଥାନାକୁ ଆସି ମାମଲା ରୁଜୁ କରିବା ପରେ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ନେତ୍ର ଛତ୍ର ଏକ ସ୍କ୍ୱାଡ ଗଠନ କରି ସେହି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଶେଷରେ ତଦନ୍ତ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକୁନ୍ଦ ବାଗ ଓ ରୋହିତ ସେଲେମାକୁ ଗିରଫ କରି ତଦନ୍ତ କରିବାରୁ ସବୁ ସତ ଓଗାଳି ଥିଲେ । ସେମାନଙ୍କଠାରୁ ଗୋଟିଏ ଏଭେଞ୍ଜର ବାଇକ, ଛୁରୀ, ଗୋଟିଏ ମୋବାଇଲ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରିବା ସହ ଘଟଣାରେ ଆଉ ଦୁଇଜଣ ଜଡ଼ିତ ଥିବା ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କେସ୍‌ ନମ୍ୱର ୨/୨୦୨୪ ଆଇପିଶି ୩୯୨ ଅନ୍ତର୍ଗତ ସେହି ଗିରଫ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପାଞ୍ଚଦିନ ଭିତରେ ଡକାୟତଙ୍କୁ ଧରିବାରେ ଟିଟିଲାଗଡ଼ ପୋଲିସ ସଫଳ ହୋଇଛି ।

Leave A Reply

Your email address will not be published.