ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କିଛି ଦିନର ନୀରବତା ପରେ ପୁଣି ବୈପାରିଗୁଡା ଅଞ୍ଚଳରେ ଚୋରି ଡକାୟତ ଭଳି ଘଟଣା ଦେଖିବାକୁ ମିଳିଛି । ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଘର ଭାଙ୍ଗି ଲୁଟ୍ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ଜଣେ ଦମ୍ପତ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ବେଳେ ତାହାକୁ ନେଇ ଅଞ୍ଚଳରେ ଏବେ ଚଚ୍ଚେ ଜୋର ଧରିଛି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଲ ପଡ଼ିଛି । ସୂଚନା ଯୋଗ୍ୟ ଯେ, ବାଲିଗାଁ ଏଏନ୍ଏମ୍ କବିତା ଜେନା ତାଙ୍କ କାର୍ଯ୍ୟ ସାରି ଘରକୁ ଫେରିବା ପରେ ଦେଖିଲେ ଯେ ଘର କବାଟରେ ଲାଗିଥିବା ତାଲା ଭାଙ୍ଗି ଆଲମାରୀରୁ ସବୁ ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ପରେ ସେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ଘରର ସିସି କ୍ୟାମେରା ଯାଞ୍ଚ ସହ ତଦନ୍ତ କରୁଥିବା ଜଣାପଡ଼ିଛି ।
Prev Post