jayashree

ଥାନା ଆଇଆଇସିଙ୍କ ନାଁ ନେଇ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକି ନେଲେ ଦୃର୍ବୁତ୍ତ : ମାଲିକ ଟଙ୍କା ମାଗିବା ପରେ ଫିଟିଲା ଗୁମର, ଅଭିଯୁକ୍ତ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଆଇଆଇସିଙ୍କ ନାମ ନେଇ କେହି ଜଣେ ଟ୍ରେଡ଼ର୍ସ ମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରେଡ଼ର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର । ସୂଚନା ଅନୁସାରେ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ବ୍ୟବହାର ହୋଇଥିବା ଫୋନ ନମ୍ବରକୁ ଟ୍ରାକ କରିବା ପରେ ଠକେଇ କରିଥିବା ବ୍ୟକ୍ତି ଜଣକ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଇଲାକାର ବୋଲି ଜଣାପଡିଥିଲା । ଥାନା ଅଧିକାରୀ ଶ୍ରୀ ସାହୁ ଓ ଏସଆଇ ଅଜିତ କୁମାର ପରିଡା ଉକ୍ତ ଗ୍ରାମରେ ପହଂଚି ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛନ୍ତି । ଅଟକ ଅଭିଯୁକ୍ତ ଛତ୍ରପୁର ଅଂଚଳର ଜଣେ ଟ୍ରେଡ଼ର୍ସ ମାଲିକଙ୍କୁ ଗଞ୍ଜାମ ଆଇଆଇସି ଗାଡି ପଠେଇଛନ୍ତି ଲୁହାରଡ଼ ନେବା ପାଇଁ କହି ତିନି ଲକ୍ଷରୁ ଅଧିକ ଲୁହାରଡ଼ ନେଇ ଯାଇଥିଲେ । ପରେ ଉକ୍ତ ଲୁହାରଡ଼ ସେଠାରେ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ସ୍ୱୀକାର କରିବା ପରେ ପୋଲିସ କେସ ନଂ୧୯୮/୨୧ରେ ମାମଲା ରୁଜୁ ହୋଇଛି । ପୁରୀ ଜିଲ୍ଲା ତିତିପ ଗ୍ରାମର ମନୋଜ ମାଝୀଙ୍କୁ ବୁଧବାର ପୋଲିସ କୋର୍ଟ ଫରୱାର୍ଡ଼ କରିଥିବା ଜଣାପଡିଛି । ସମସ୍ତ ଲୁହାରଡ଼ ପୋଲିସ ଜବତ କରି ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.