ଲୁହା ବୋଝେଇ ଟ୍ରକ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ସୀମାନ୍ତବର୍ତ୍ତି ଧଉରାଭଟା ଛକରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟ୍ରକ CG07CC0312କୁ ଅଟକାଇ ଯାଞ୍ଚ କରିଥିଲେ । ଉକ୍ତ ଟ୍ରକରେ ୭ଟନ ଓଜନର ଲୁହା ଖଣ୍ଡ ଯାଉଥିଲା । ଟ୍ରକ ଡ୍ରାଇଭର କାଗଜପତ୍ର ଦେଖାଇ ନ ପାରିବାରୁ ଟ୍ରକକୁ ଜଗଦଲପୁର ଥାନାକୁ ଆଣିଥିଲେ । ଏହା ଚୋରା ମାଲ ବୋଲି ଜଣାପଡିବାରୁ ଟ୍ରକ ଡ୍ରାଇଭର ରବୀନ୍ଦ୍ରନାଥ କମାତି ବୁଡେନ ଥାନା ବିରିପାଲି ଓ ଶୁଭେନ୍ଦୁ ସାହୁ ପିଣ୍ଟୁ ଗାଇସିଲେଟ ଥାନା ଗନିଆପାଲି ଗ୍ରାମର ଉଭୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଥାନା ଅଧିକାରୀ ବିରବର ଭଗତ, ଏଏସଆଇ ସତ୍ୟାନନ୍ଦ ଭୁଏ, ହାବିଲଦାର ଜିତେନ୍ଦ୍ର ଦାଶ, ବ୍ୟାସଦେବ ସାହୁ, ପ୍ରଶାନ୍ତ ପଡ଼ିଆମୀ, ସ୍ୱରୂପା ବଗାର, ସୀମାଦ୍ରୀ ବେହେରା ଓ ମଧବୀ ପାଣ୍ଡେ ଏହି ଚଢ଼ାଉରେ ସାମିଲ ଥିଲେ ।

Leave A Reply

Your email address will not be published.