jayashree

ଚାଲିଛି ରନ୍ଧନ ଗ୍ୟାସର କଳା ବଜାରୀ : ପ୍ରଶାସନକୁ ରୋକ ଲଗାଇବା ପାଇଁ ଦାବୀ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଏକ ଆଦିବାସୀ ଉପାନ୍ତ ଦାଦନ ପ୍ରବଣ ବ୍ଲକ ଅଟେ । ଏହି ବ୍ଲକରେ ୧୯ଟି ଗ୍ରାମ ପଞ୍ଚାୟତ ଏବଂ ପାଖପାଖୀ ୧୦୦ ରୁ ଅଧିକ ଗାଁ ଅଛି । ଏହି ଅଂଚଳର ଲୋକମାନେ ସଚେତନ ହେବା ସହ କେନ୍ଦ୍ର ସରକାରଙ୍କ ଉଜ୍ୱଲା ଯୋଜନା ହେଉ କିମ୍ବା ମା’ଙ୍କୁ ସମ୍ମାନ କଥା ହେଉ । ପ୍ରତ୍ୟେକ ବି.ପି.ଏଲ୍‌ ଗରିବ ପରିବାର ମା’ମାନଙ୍କ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତୁରେକେଲା ବ୍ଲକରେ ଏଲ୍‌.ପି.ଜି ରନ୍ଧନ ଗ୍ୟାସର ଷ୍ଟକ ପଏଣ୍ଟରେ ଗ୍ୟାସ ଉପଲବ୍ଧ ହୋଇପାରୁ ନାହିଁ ଫଳରେ ଲୋକେ ହଇରାଣ ହେବା ସହ ଖର୍ଚ୍ଚାନ୍ତ ଓ ଠକାମିର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ବିନିମୟ ଠାରୁ ଅଧିକ ଟଙ୍କା ଗ୍ରାହକ ଦେବାକୁ ପଡୁଥିବା ଜଣାପଡୁଛି । ପ୍ରତେକ ଗାଁ ଗହଳିରେ ଦଲାଲମାନେ ବେଆଇନ ଗ୍ୟାସ ରଖି ତାଙ୍କ କଳା ବଜାରୀ କରୁଥିବା ବଧ୍ୟ ଦେଖିବାକୁ ମୁଲୁଛି । ଖାଉଟି ଗ୍ରାହକ ଗୋଦାମ କିମ୍ବା ଷ୍ଟାକ ପଏଣ୍ଟରେ ରନ୍ଧନ ଗ୍ୟାସ ଉପଲବ୍ଧ ନ ହେବା ହେତୁ ଚଢା ଦରରେ ବାଧ୍ୟ ହୋଇ କ୍ରୟ କରୁଥିବା କହିଛନ୍ତି । ବେଆଇନ ଗ୍ୟାସ ରଖୁଥିବା ଲୋକଙ୍କ ପାଖରେ କୌଣସି ସରକାରୀ ଲାଇନ୍ସେନ କିମ୍ବା ସୁରକ୍ଷା ଫାୟାର ଏକ୍ସଟିନ ଗୁରୁତ୍ୱ ନ ଦେବା ହେତୁ ଦୈବ୍ୟତ କୌଣସି ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ମଧ୍ୟ ଗ୍ରାହକ କ୍ଷଭ ପ୍ରକାଶ କରିଛନ୍ତି । ତୁରନ୍ତ ବିଭାଗିୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.