ହରିଶଙ୍କର ଛକ ପାଖରୁ ଯୁବକଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ତିନି ଲକ୍ଷ ଟଙ୍କା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲରେ ଲୁଟ ତରାଜ କମ୍‌ ହୋଇଥିବା ବେଳେ ସୋମବାର ଦିନ ପ୍ରାୟ ସାଢେ ତିନିଟାରେ ହରିଶଙ୍କର ଛକ ପାଖରେ ଜଣେ ଯୁବକ ଲୁଟର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର ବେହେରା (୩୨) ନିଜର ଗ୍ରାହକ ସେବା କେନ୍ଦ୍ର ନାନ୍ଦୁପଲା ଶାଖା ପାଇଁ ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଆସି ତିନି ଲକ୍ଷ୍ୟ ଟଙ୍କା ଉଠାଣ କରି ନିଜ ବାଇକରେ ଘରକୁ ଫେରୁଥିବା ବେଳେ ହରିଶଙ୍କର ଛକ ନିକଟରେ ଥିବା ବାଲିଜୋର ପାଖରେ ହରିଶଙ୍କର ପଟୁ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ଋଷି କୁମାରଙ୍କୁ ଅଟକାଇ ମାଡ ମାରିବା ସହିତ ତାଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇ ଧଣ୍ଡାମୁଣ୍ଡା ଗ୍ରାମ ପଟକୁ ପଳାଇ ଯାଇଥିବା ସୂଚନା ମିଳିଛି । ତେବେ ଏନେଇ ଖପ୍ରାଖୋଲ ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଋଷି କୁମାରଙ୍କୁ ଚିକିତ୍ସା ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ବେଳେ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସହିତ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.