jayashree

ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବାଲୁଗାଁ : ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । କୃଷି ଋଣ ଟଙ୍କା ଆଦାୟ କରି ବଡକୁଳ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ । ଏହି ସମୟରେ ୪ ଲୁଟେରା ୩ ଟି ବାଇକ୍ ଯୋଗେ ଆସି ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁୂସାେୀ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମରେ ଥିବା ବଡକୁଳ କୋଅପରେଟିଭ୍ ସୋସାଇଟିର ସହ-ସମ୍ପାଦକ ଭୁବନେଶ୍ୱର ରଥ ସୋସାଇଟିରୁ ଋଣ ନେଇଥିବା ଋଣି ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ବାଲୁଗାଁ ଅଭିମୁଖେ ଆସୁଥିଲେ । ୩ଟି ବାଇକ ଯୋଗେ ୪ ଜଣ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରୁଛି ବୋଲି ବାଲୁଗାଁ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.