oum

ଡ୍ରାଇଭର ଓ ହେଲପରକୁ ବାନ୍ଧି ହାଇୱା ଗାଡି ଲୁଟ୍ ଅଭିଯୋଗ

jsm

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଓଭରବ୍ରିଜ ନିକଟରୁ ମଙ୍ଗଳବାର ରାତିରେ ଏକ ହାଇୱା ଗାଡ଼ି ଲୁଟ୍ ହୋଇଥିବା ନେଇ ଗାଡ଼ିର ଡ୍ରାଇଭର ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଜ୍ୟୋତିପୁର ଗ୍ରାମର ଡ୍ରାଇଭର ସନୁ ନାଏକ ପ୍ରତିଦିନ ଭଳି ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ହାଇୱା ଗାଡ଼ି (ନଂ ଓଡି୦୯ଜି୧୮୨୫)ରେ ଲୁହାପଥର ନେଇ ବସନ୍ତପୁର ପ୍ଲାଣ୍ଟରେ ଏହାକୁ ଖାଲି କରି ଫେରୁଥିଲେ । ରଘୁଆଳ ସାହି ଓଭରବ୍ରିଜ ନିକଟରେ ପରିସ୍ରା କରିବାକୁ ଓହ୍ଲାଇଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ିରେ ୫/୬ ଜଣ ଯୁବକ ଆସି ତାଙ୍କୁ ଭୁଜାଲି ଦେଖାଇ ଗାଡ଼ି ସହିତ ଅପହରଣ କରିନେଇଥିଲେ । ବାସୁଦେବପୁର ଜଙ୍ଗଲରେ ଡ୍ରାଇଭର ଓ ହେଲପରକୁ ଗଛରେ ବାନ୍ଧି ଗାଡି ଧରି ଫେରାର ହୋଇ ଯାଇଥିଲେ । ପରେ ବହୁ କଷ୍ଟରେ ଦୁହେଁ ସେଠାରୁ ମୁକୁଳି ଗାଡି ମାଲିକଙ୍କୁ ଖବର ଦେବା ପରେ ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.