ନିଶା ଦେଇ ନଡ଼ିଆ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଭଦ୍ରକ : ଭଦ୍ରକରେ ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ଟଙ୍କା ସହ ନଡିଆ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଚେତ ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା ପ୍ରତିଦିନ ଭଳି ଆଜି ମଧ୍ୟ ଭଦ୍ରକ ସହର ବାଲଗୋପାଲ ମନ୍ଦିର ପାଖରେ ବସି ନଡିଆ ବେପାର କରନ୍ତି । ଆଜି ବାକିଥିବା କିଛି ନଡିଆକୁ ଧରି ଘରକୁ ଯାଉଥିବା ସମୟରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ସମସ୍ତ ନଡ଼ିଆ ନେଇଯିବାକୁ କହି ନେଇଯାଇଥିଲେ । ପରେ ତାଙ୍କୁ ଚା’ରେ କିଛି ମିଶାଇ ଦେଇଥିଲେ । ଗଙ୍ଗାଧର ଜେନା ଏହି ଚା’ ପିଇ ଅଚେତ ଅବସ୍ଥାରେ ସେଠାରେ ପଡି ଯାଇଥିଲେ । ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.