jayashree

କଟୁରୀରେ ଆକ୍ରମଣ ପରେ ଘରେ ପଶି ଲୁଟ୍ ଉଦ୍ୟମ : କାବୁ କଲେ ଗ୍ରାମବାସୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ୍‌ ଉଦ୍ୟମ ବେଳେ ଗ୍ରାମବାସୀମାନେ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରର ଲିପନ ଜେନା ମଦ୍ୟପାନ କରି ସମ୍ପର୍କୀୟା ଭଉଣୀଙ୍କ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ । ପଲ୍ଲବୀ ଜେନା କବାଟ ଖୋଲିବାରୁ ଲିପନ ତାଙ୍କ ଉପରକୁ କଟୁରୀ ସାହାଯ୍ୟରେ ଅତର୍କିତ ଆକ୍ରମଣ କରି ସୁନାଗହଣା ଧରି ଚମ୍ପଟ ମାରିବାକୁ ବସିଥିଲେ । ହେଲେ ପଲ୍ଲବୀଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ରୁଣ୍ଡ ହୋଇ ଲିପନକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ସଦର ଥାନା ଜିମା ଦେଇଥିଲେ । ଅପର ପକ୍ଷରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି ।

Leave A Reply

Your email address will not be published.