ଟିକ୍ରାପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାରର୍ଦନ ଯୋଶୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟେରା ଲୁଟିନେଇ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଫଟାମୁଣ୍ଡା-ଦେଓଗାଁ ରାସ୍ତାରେ ଯାଉଥିବା ସମୟରେ କିଛି ଦୃର୍ବୁତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ୩ରୁ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋବାରେ ସଫଳ ହୋଇଥିବା ଜଣାପଡିଛି । ତେବେ ପିଇଓ ଜଣଙ୍କ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.