oom

ଦୁହେଲ ଛକରେ ଗ୍ରାମୀଣ ଲୋକକଳା ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଛକ ଡିଙ୍ଗର କୁଅଁର ଖେଳ ପଡିଆ ମୁକ୍ତ ମଂଚରେ ଗ୍ରାମୀଣ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାପତି ଗୋକୁଳ ବିହାରୀ କୁଅଁର ଓ ସଂପାଦକ ନବୀନ କିଶୋର ବେହେରାଙ୍କ ତତ୍ତ୍ୱାବଧାନରେ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଉଦ୍‌ଘୋଷକ ସୁଧିର ନାଏକ, ଲୋକ କଳାକାର ଦିଲ୍ଲୀପ ଦୀପଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଲୋକ ଗୀତ, ଲୋକ ନୃତ୍ୟ, ଲୋକବାଦ୍ୟ ପରିବେଷିତ ହୋଇଥିଲା । ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପୁରୀ ଦ୍ୱାରା ପରିବେଶିତ ଓଡିଶୀ ନୃତ୍ୟ, ବିଧୂ ଚରଣ କଲଚରାଲ ଏସୋସିଏସନ ଝୁମର, ସୁର ସାଗର କଟକ ଭଜନ, ମେଘମନ୍ଦାର ଢୋଲ ମୁହୁରି ଖୋର୍ଦ୍ଧା, ଖୁଡ୍‌କା ନୃତ୍ୟ, ପଂଚରଶି ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ଅତିଥି ମର୍ଯ୍ୟାଦାରେ ବର୍ଷିୟାନ କଳାକାର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ସାଂସଦ ପ୍ରତିନିଧି ରାଜ କିଶୋର ନାଏକ, ପୂର୍ବତନ ସମିତି ସଭ୍ୟ ବ୍ରଜ କିଶୋର ମେର୍ଲି, ଜଗଦିଶ ଚନ୍ଦ୍ର ଉଦ୍‌ଗାତା ଅତିଥି ମର୍ଯ୍ୟାଦାରେ ଯୋଗଦେଇ ମହୋତ୍ସବର ଗୌରବ ବଢାଇଥିଲେ । ଏହି ଅବସରରେ ରାଜେନ୍ଦ୍ର ମଲ୍ଲିକ ସ୍ମୃତି ସମ୍ମାନ ଭାଗିରଥି ଦାଶଙ୍କୁ ଓ କୁନା ମିସ୍ତ୍ରୀଙ୍କୁ ସମର୍ପଣ କରାଯାଇଥିଲା । ଏହା ସହ କୁମୁଦିନି ପୃଷ୍ଟି, ଇଶ୍ୱରୀ ବେହେରା, ତରଣିସେନ ଦୀପ ଓ ସର୍ବପରି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଗାଁ ମାଟି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.