
ସଇଁତଲା, (ଖୁସିରାନି ସାହୁ) : ସଇଁତଲା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଦ୍ୟୁତ୍ ବିଭାଗ ଏସ୍ଡିଓଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲକ ଅଞ୍ଚଳରେ ଥିବା ବେଲଗାଁ ଗ୍ରୀଡ, କରମତଲା ଗ୍ରୀଡ ଓ ସଇଁତଲା ଗ୍ରୀଡରୁ ବିନା କାରଣରେ ବାରମ୍ବାର ବିଦ୍ୟୁତ୍ କାଟ କରାଯାଉଛି । ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ ବିଦ୍ୟୁତ୍ କାଟ ହେଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।