ଲୋକସଭାରେ ବରଗଡ଼ରୁ ଭୁବନେଶ୍ୱର ସକାଳ ଟ୍ରେନ ଚଳାଚଳ ପ୍ରସଙ୍ଗ ଉଠିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏକ ସକାଳ ଟ୍ରେନ ଶୁଭାରମ୍ଭ କରିବା ପାଇଁ ଆଜି ଲୋକସଭାରେ ଧାରା ୩୭୭ ଅଧିନିୟମ ଅନୁଯାୟୀ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରଗଡ଼ରୁ ନୂଆପଡା ପାଇଁ ଏକ ନୂତନ ରେଲୱେ ଲାଇନ ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ୨ ହଜାର ୬ ଶହ ୨୨ କୋଟି ମଞ୍ଜୁର କରିଥିବାରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଲୱେ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଧନ୍ୟବାଦ ଅର୍ପଣ କରିବା ସହ ଏହି ନୂତନ ରେଲୱେ ଲାଇନକୁ ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଲୋକସଭାରେ ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ, ବରଗଡ଼ରୁ ଭୁବନେଶ୍ୱର ସକାଳ ଟ୍ରେନ ଶୁଭାରମ୍ଭ ହେଲେ ବିଶେଷଶ ଭାବେ ଶ୍ରମିକ, ଶିକ୍ଷାର୍ଥୀ, ସରକାରୀ କର୍ମଚାରୀମାନେ ଲାଭବାନ୍ ହେବା ସହ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ବୃଦ୍ଧି ହେବ ।

Leave A Reply

Your email address will not be published.