oom

କ୍ଷୁଦ୍ର କୋଶଳି ସିନେମା ‘ଆମେ ବିଶ୍ୱର ଏକ ପରିବାର’ ଲୋକାର୍ପିତ

jsmm

ସିନାପାଲି, (କେପିଏନ୍‌ଏସ୍‌) : କୋଶଳୀ କ୍ଷୁଦ୍ର ନାଟକ ‘ଆମେ ବିଶ୍ୱର ଏକ ପରିବାର’ର ସିନେମାକରଣ ପରେ ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି । ଯୁବ ନାଟ୍ୟକାର ଭୀଷ୍ମରାଜ ମେହେରଙ୍କ ଲିଖିତ, ଅଭିନୀତ ଓ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ସିନେମାରେ ନରହରି ମେହେର, ଭଗବାନ ଚଲାନ, କିଶୋର ସେଠୀ, ହିମାଦ୍ରୀ ମାଝୀ, ରଶ୍ମିତା ଜଗତ, ବିଘ୍ନେଶ୍ୱର ମେହେର, ପରମାନନ୍ଦ ମେହେର, ଭୀଷ୍ମରାଜ ମେହେର ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଳେ ବିଶ୍ୱନାଥ ମେହେର ଓ ରୂପଧର ପ୍ରଧାନ ସହଯୋଗ କରିଛନ୍ତି । ଲୋକାର୍ପିତ କାର୍ଯ୍ୟକ୍ରମର ଅତିଥି ଭାବରେ ନାଗରିକ କମିଟି ଅଧ୍ୟକ୍ଷ ଡମ୍ୱରୁଧର ମେହେର, ରବିଂଦ୍ର ବାବା, ବରିଷ୍ଠ କଳାକାର ନରହରି ମେହେର, ଲିଙ୍ଗରାଜ ମେହେର, ଅଧ୍ୟାପକ ନବୀନ ଚଂଦ୍ର ମେହେର, ମେଘନାଦ ମେହେର, ଯୁବକବି ବୈଷ୍ଣବ ମେହେର, ସମାଜସେବୀ ବୁଦ୍ଧଦେବ ମେହେର ପ୍ରମୁଖ ଯୋଗ ଦେଇଥିଲେ । ରୂପେଶ ଚଂଦ୍ର ମେହେର ସଭାକାର୍ଯ୍ୟ ପରିଚାଳନା କରିଥିଲେ । କୁସଂସ୍କାର ଦୂରୀକରଣ ସହ ପରିବାର ଓ ଗାଁରେ ଏକତା ବଜାୟ ରଖିବା ନାଟକର ମୁଖ୍ୟ ବାର୍ତ୍ତା ହୋଇଥିବାରୁ ଏହା ସମାଜ ପାଇଁ ବେଶ ଉପଯୋଗୀ ହେବା ସହ ନାଟକର ସିନେମାକରଣ ଆଗାମୀ ଦିନରେ ସ୍ଥାନୀୟ କଳା ଓ କଳାକାରଙ୍କୁ ଉତ୍ସାହିତ କରିବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ଯୁବ ନାଟ୍ୟକାର ଭୀଷ୍ମରାଜ ମେହେରଙ୍କ ଏ ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.