om academy

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଳୁଆପଲ୍ଲୀରେ ବିଧାୟକଙ୍କ ଦ୍ଵାର ‘ଆମ ହସ୍ପିଟାଲ’ ଲୋକାର୍ପିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ୧୫ଟି ଜିଲ୍ଲାରେ ୭୩ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏବଂ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଞ୍ଚାଳନରେ, ଆଭାଷି ମାଧ୍ୟମରେ ଲୋକାର୍ପିତ ହୋଇ ଜନସାଧାରଣଙ୍କ ସେବାର୍ଥେ ଉତ୍ସର୍ଗୀକୃତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରସାରଣ ନିମନ୍ତେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଳୁଆପଲ୍ଲୀରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଆୟୋଜିତ ଅବିସ୍ମରଣୀୟ ଜନ ସମାବେଶରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସମସ୍ତ ଜନପ୍ରତିନିଧି, ବିଜେଡ଼ି ସର୍ବବର୍ଗୀୟ ନେତୃବୃନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଭାଗୀୟ ପଦାଧିକାରୀ ସର୍ବୋପରି ଗ୍ରାମବାସୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.