ବରଗଡ଼ ବ୍ଲକ୍ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତି ନଗରଠାରେ ବରଗଡ଼ ବ୍ଲକ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ମହାଶୟ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବରଗଡ଼ର ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ୍, ୱାର୍ଡ ନଂ ୧୧ର କାଉନସିଲର୍ ଶ୍ରୀମତୀ ସୁନନ୍ଦା ପଣ୍ଡା ଓ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ କପିଳେଶ୍ୱର ରଥ ଯୋଗ ଦେଇଥିଲେ । ବରେଣ୍ୟ ଅତିଥି ବୃନ୍ଦ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ସୁଦୃଢ଼ କରିବା ପାଇଁ ଦିଗ୍‌ଦର୍ଶନ ଦେଇଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ କରାଯାଇଥିବା ବିଦ୍ୟାଳୟର ସଭାଗୃହ, ସିଆର୍‌ସିସି କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବରେଣ୍ୟ ଅତିଥି ବୃନ୍ଦ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ ମଧ୍ୟ କରିଥିଲେ । ସମସ୍ତ ସିଆର୍‌ସିସି, କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଅଭିଭାବିକା ସମସ୍ତେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ସଂଯୋଜନା ଏବଂ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.