‘ବିଶ୍ୱଖବର’ ରଥଯାତ୍ରା ସଂଖ୍ୟା ସମାଜସେବୀ ମମତା ପୁରୋହିତଙ୍କ ଦ୍ୱାରା ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : କଳା ସଂସ୍କୃତି ପରମ୍ପରା ତଥା ସମାଜସେବାକୁ ଅଧିକ ଗୁରୁତ୍ୱ ଦେଇ ପ୍ରକାଶିତ ହେଉଥିବା ପତ୍ରିକା “ବିଶ୍ୱଖବର” ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ପ୍ରତ୍ୟେକ ସଂଖ୍ୟା ନିରାଡ଼ମ୍ବର ଭାବେ ଲୋକାର୍ପିତ ହେଉଥିବା ବିଶ୍ୱଖବର ରଥଯାତ୍ରା ସଂଖ୍ୟା ଜଣେ ବିଶିଷ୍ଟ ସମାଜସେବୀଙ୍କ ହାତରେ କରାଇବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଜଣାଶୁଣା ସମାଜସେବୀ ମମତା ପୁରୋହିତଙ୍କୁ ଚୟନ କରାଯାଇଥିଲା । ଏହାକୁ ମମତା ପୁରୋହିତ ତଥା ସମ୍ପାଦକ ସୁବ୍ରତ କୁମାର ବିର୍ତ୍ତିଆ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅତି କମ୍‌ ସମୟ ମଧ୍ୟରେ ଉଚ୍ଚ କୋଟୀର ଲେଖା ପାଇଁ ବିଶ୍ୱଖବର ପାଠକମାନଙ୍କ ପ୍ରୀୟଭାଜନ ହୋଇପାରିଛି ।

Leave A Reply

Your email address will not be published.