କୀର୍ତ୍ତନ ସ୍କୁଲରେ ଗୋଷ୍ଠୀ ସାଧନ କେନ୍ଦ୍ର ଲୋକାର୍ପିତ

ବେଲପଡା, (କେପିଏନ୍‌ଏସ୍‌) : ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ପକ୍ଷରୁ କୀର୍ତ୍ତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ବେଲପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଏବିଇଓ ଚର୍ତୁଭୂଜ ମିର୍ଦ୍ଧା, ବେଲପଡା ସରପଞ୍ଚ ହରିଶ ବୁଡେକ, ଦର୍ଲିପାଲି ସରପଞ୍ଚ କାନ୍ତି ବନ୍‌ଛୋର ଓ ଭରୁଆପାଲି ସମିତି ସଭ୍ୟ ଶ୍ରୀମତୀ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ କମ୍ୟୁନିଟି ମୋବିଲାଇଜର ବଦ୍ରିନାଥ ଠାକୁର ସଭା ପରିଚାଳନା କରିଥିଲେ । କ୍ରମାନ୍ୱୟନରେ ଏଆଇଏଫ୍‌ ସୌମ୍ୟରଞ୍ଜନ ଠାକୁର ରାଇଟ ଟୁ ଏଜୁକେସନ, ନୂତନ ଶିକ୍ଷା ପ୍ରଣାଳୀ, ଏଲ୍‌ଇପି କାର୍ଯ୍ୟ ଶୈଳୀ ସମ୍ପର୍କରେ ବୁଝାଇଥିଲେ । ଏକାଡେମୀ ଟ୍ରେନର ଅଭିନାଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!