ଶିଶୁ କବିତା ସଙ୍କଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟିକା ସୁପ୍ରଭା ସାମଲଙ୍କ ପ୍ରଥମ ଶିଶୁ କବିତା ସଙ୍କଳନ “ଆସ ପିଲେ ଆମେ ଖୋଜିବା ମୋତି”ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନ ପରିସର ମଧ୍ୟରେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅରୁଣ କୁମାର ମହାନ୍ତି ଓ ବରେଣ୍ୟ ଅତିଥି ଭାବେ ମନୋରଂଜନ ସାହୁ ଯୋଗଦାନ କରି ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଡକ୍ଟର ସପ୍ସଘମିତ୍ରା ମିଶ୍ରଙ୍କ ପୁସ୍ତକର ସମୀକ୍ଷା କରିଥିଲେ ଓ ପୁସ୍ତକର ରଚୟିତା ଶ୍ରୀମତୀ ସାମଲ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କଣ୍ଠ ଶିଳ୍ପୀ କାମିନୀ ଦାଶ ଓ ଅଶୋକ ପଶାୟତ ପ୍ରାରମ୍ଭିକ ଓ ଉଦ୍‌ଯାପନୀ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଡକ୍ଟର ସଂଗୀତା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.