oom

ଫକୀର ଚରଣ ପାଢ଼ୀଙ୍କ ରଚିତ ‘ସ୍ମୃତିରେ ପ୍ରଫୁଲ୍ଲ’ ଲୋକାର୍ପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ରଚିତ “ସ୍ମୃତିରେ ପ୍ରଫୁଲ୍ଲ ‘ଗତକାଲି ଗାନ୍ଧୀପୀଠ ବେରବୋଇଠାରେ ପ୍ରଫୁଲ୍ଲ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଲୋକାର୍ପିତ ହୋଇଯାଇଛି । ସମାଜସେବୀ ଡ଼ଃ କ୍ଷେତ୍ରବାସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କଣାସ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଗାଳ୍ପିକ ତଥା ଔପନ୍ୟାସିକ ସୁନୀଲ ମିଶ୍ର, ମୁଖ୍ୟବକ୍ତା ଭାବେ ନାଟ୍ୟକାର ତଥା ବରିଷ୍ଠ ଶିଶୁସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ, ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ପଟ୍ଟଚିତ୍ରଶିଳ୍ପୀ ତାଳପତ୍ରପୋଥି ବିଶାରଦ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ଼ଃ ଶାନ୍ତିଲତା ଅଧିକାରୀ, ସାହିତ୍ୟିକ ମହେନ୍ଦ୍ର କୁମାର ତ୍ରିପାଠୀ, ଶିକ୍ଷବିତ୍ତ କୁନ୍ତଳା କୁମାରୀ ବିଶ୍ୱାଳ, କାଶୀନାଥ ମହାପାତ୍ର, ଅନାମ ଚରଣ ମଲ୍ଲିକ, କବି ଚନ୍ଦ୍ରଶେଖର, ପ୍ରବୋଧ କୁମାର ନାୟକ, ଶିକ୍ଷକ ଅଭୟ ଚରଣ ସାହୁ, ଗୋପାଳ ମହାପାତ୍ର, କସ୍ତୁରବା ଟ୍ରଷ୍ଟର ଅନ୍ନପୂର୍ଣା ଦେବୀ ଯୋଗଦେଇ ବିଶିଷ୍ଟ ଗାଳ୍ପିକ, ଔପନାସିକ ତଥା ଗାନ୍ଧୀ କଥାକାର ଦିବଂଗତ ପ୍ରଫୁଲ୍ଲ ନାୟକଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନୁଷ୍ଠାନର ସଂପାଦକ ସାହିତ୍ୟିକ, ପରିବେଶବିତ୍ତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରଫୁଲ୍ଲ ନାୟକଙ୍କ ସୁପୁତ୍ର ପ୍ରବୋଧ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.