shyamal

ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ର ଲୋକର୍ପଣ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

  • ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଗସ୍ତ କରି ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବ ନିର୍ମିତ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ଲୋକର୍ପଣ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ସମେତ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓ ବିଜେପୁର ବିଧାୟକ ସନତ ଗଡତିଆଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ମନ୍ତ୍ରୀ ଶୁଭ ଉଦ୍‌ଘାଟନ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ନିରୁପମା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଇପ୍ସିତା ପାତ୍ର, ଚକ୍ଷୁ ବିଭାଗୁ ମୁଖ୍ୟ ଡ. ସୁବାସ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ପ୍ରବୀଣ ପାଣିଗ୍ରାହୀ, ମଦନ ଦୀପ, ଘନଶ୍ୟାମ ସାହୁ, ଗୋପାଳ ସାହୁ, ବିପିନ ବିହାରୀ ସାହୁ, ଆନନ୍ଦ ମଟାରି ପ୍ରମୁଖ ମଞ୍ଚାସୀନ ଥିଲେ । ତାଲପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ଡ. ସୁମିତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କର ଅଭିଭାଷଣରେ ଖୁବ୍ ଶୀଘ୍ର ତାଲପାଲି ଡାକ୍ତରଖାନାର ସମସ୍ତ ସମସ୍ୟାର ସମାଧାନ କରିବା ସହ ବିଧାୟକଙ୍କୁ ତାଙ୍କ ପାଣ୍ଠିରୁ ତୁରନ୍ତ ଇସିଜି ମେସିନ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ସ୍ଥାନୀୟ ବିଧାୟକ ଯଥାଶୀଘ୍ର ମେସିନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସାଂସଦ ଶ୍ରୀ ପୁରୋହିତ ନିଜ ଅଭିଭାଷଣରେ ପୂର୍ବ ସରକାର ଅପେକ୍ଷା ମୋଦୀ ଏବଂ ମୋହନ ସରକାର ବହୁତ୍ ଭଲ କାମ କରିବେ ବୋଲି କହିବା ସହ ଅଞ୍ଚଳର ବିକାଶ ଦିଗରେ ସଦା ସର୍ବଦା କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସାଧାରଣ ପଦ୍ମପୁର ପଞ୍ଚାୟତ ସମିତି କର୍ଯ୍ୟାଳୟ ପରିସରରେ ସ୍ଥାନୀୟ ଲୋକଙ୍କ ଅଭିଯୋଗର ଶୁଣାଣି କରି ଯଥାଶୀଘ୍ର ସେ ଗୁଡିକୁ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

purusottam
Leave A Reply

Your email address will not be published.