oum

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

jsm

ଭୁବନେଶ୍ୱର : ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ବାର୍ଷିକୀ । ଏଥିପାଇଁ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ବାବୁଙ୍କ ସ୍ମୃତିରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଥିବା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଡାକୋଟା ବିମାନ ପଶ୍ଚିମବଙ୍ଗରେ ଥିବା ବେଳେ ଏହାକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର । ଡାକୋଟା ଓଡିଶା ଆସିବା ପରେ ଏହାକୁ ବୁଧବାର ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନା କରାଯାଇଥିଲା ।

Leave A Reply

Your email address will not be published.