oom

କ୍ଷୁଦ୍ର ଚଳଚ୍ଚିତ୍ର ‘ଭରସା’ର ଲୋକାପର୍ଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଭରସା’ର ଲୋକାପର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆ, ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇ କ୍ଷୁଦ୍ର ଚଳଚ୍ଚିତ୍ର ଭରସାର ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ରଟିକୁ ସୌମ୍ୟ ରଞ୍ଜନ ପୂଜାରୀ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରୋସନ ଭରଦ୍ୱାଜ ଏବଂ ଅଭିନୟ କରିଛନ୍ତି ସାଇ ସ୍ଵଂୟ ପଣ୍ଡା, ଚନ୍ଦନା ସିଂ, ପ୍ରଦୁନ୍ନ ମହାନ୍ତି, କିରଣ ମୟ ସାହୁ, ଲଳିତ ପୂଜାରୀ ଓ ଅଶିତାପ ମହାନ୍ତି । ଏହି ଚଳଚ୍ଚିତ୍ରରେ ଏକ କୋମଳମତି ଶିଶୁର ବିଶ୍ୱାସ ଓ ଭରସା କିପରି ଅସାଧ୍ୟ ସାଧନା ହୋଇ ପାରିଛି ତାହା ପ୍ରତିଫଳିତ ହୋଇଛି । ଏହି ଲୋକାପର୍ଣ ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ ଓ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.