ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ

  • ୫ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ
  • ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିରର ପୁନରୁଦ୍ଧାର ଓ ପ୍ରତିଷ୍ଠା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତକାଲି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ ।

ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ।

ସୁଆଣ୍ଡୋବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।

ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣି ଓଡିଆ ଜନମାନସର ଅଦ୍ୱିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

Leave A Reply

Your email address will not be published.