jayashree

ବଢିବାରେ ଲାଗିଛି ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କ ପ୍ରତି ଲୋକପ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ୧୫ ମାସ ହୋଇଛି ହେଲେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଜୋନ – ୨ର ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କ ରଖିବାର ନିଆରା କଳା ପାଇଁ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଖୁବ୍ ଲୋକପ୍ରିୟ । ପ୍ରତିଦିନ କିଛି ନା କିଛି କାମ କରୁଛନ୍ତି । ସକାଳ ହେଲେ ବିଭିନ୍ନ ଗାଁକୁ ଯାଉଛନ୍ତି, ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ମରୁଡି ସହାୟତା ଘୋଷଣା ପାଇଁ ତହସିଲ ଘେରାଉ ହେଉ କି ସୋସାଇଟିରେ ଭୋଟ ବର୍ଜନ ଏଭଳି ଅନେକ କାମ କରି ଚର୍ଚ୍ଚାରେ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରୀତିମତ ପ୍ରୟାସ ଜାରି ରଖିଛନ୍ତି ଶ୍ରୀମତୀ ପାଣିଗ୍ରାହୀ । ଧାନ ମଣ୍ଡି ଠୁ ଆରମ୍ଭ କରି ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଶିକ୍ଷା, ସ୍ୱାସ୍ଥ୍ୟ ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନା କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିବ ତାହାର ତଦାରଖ କରୁଛନ୍ତି । ଦୀର୍ଘ ଦିନରୁ କଳଙ୍ଗାପାଲି,
ଭେଳୁଆଁପଦର ଓ କନ୍ଦୁମୁଣ୍ଡା ଗ୍ରାମରେ ଥିବା ପାନୀୟ ଜଳର ଅସୁବିଧାକୁ ନେଇ ଅଧିକାରୀମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଗଭୀର ନଳକୂପ ଖନନ କରି ଏହାର ସମାଧାନ କରିବା ସହ ଗାଇସିଲେଟ ବରିହାପଡ଼ା, ସର୍ଗିପାଲି ହରିଜନପଡ଼ା ଓ ସନ୍ଧିବାହାଲ ହରିଜନପଡ଼ାରେ ଜିଲ୍ଲା ପରିଷଦ ପାଣ୍ଠିରୁ ପାନୀୟ ଜଳ ପାଇଁ ନୂତନ ପାଇପ୍ ବିଛାଇ ଲୋକଙ୍କ ଦୁଃଖ ଦୂର କରିଛନ୍ତି । ନଥାପାଲିରୁ ଲେବଡି ଗ୍ରାମକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ଉଖୁଡ଼ି ଯାଇ ଗର୍ତ୍ତ ହୋଇଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ରାସ୍ତାକୁ ନେଇ ଶ୍ରୀମତୀ ପାଣିଗ୍ରାହୀ ଆରଡି ବିଭାଗର ଏସଡିଓଙ୍କୁ ତାଗିଦ୍ କରିବାରୁ ମାତ୍ର ୧୦ ଦିନ ଭିତରେ ଏହା ମରାମତି ହୋଇଯାଇଥିଲା । ଏମିତି ଅନେକ କାମ କରି ଚର୍ଚ୍ଚାରେ ରହିଆସୁଥିବା ଏହି ନେତ୍ରୀ ଖେଳ ପ୍ରତିଯୋଗିତା ଠୁ ଆରମ୍ଭ କରି ନାମଯଜ୍ଞ ପର୍ଯ୍ୟନ୍ତ ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ।

Leave A Reply

Your email address will not be published.