ଜନବହୁଳ ରାସ୍ତା କଡ଼ରେ ଠିଆ ହୋଇଛି ଶୁଖିଲା ଗଛ : ହଟେଇବା ପାଇଁ ସାଧାରଣରେ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଚନ୍ଦ୍ରଶେଖର ଶିବ ମନ୍ଦିର ତଥା ଦୁର୍ଗାମଣ୍ଡପ ସାମ୍ନାର ଜନବହୁଳ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ବଡ଼ ବଡ଼ ଶୁଖିଲା ଗଛ । ଶାନ୍ତିପଡ଼ାରୁ ସହର ଆଡ଼ୁକୁ ଯାଇଥିବା ରାସ୍ତା କଡ଼ରେ ରହିଥିବା ଏହି ଦୁଇଟି ଶୁଖିଲା ଗଛ କେତେବେଳେ ବି କାହା ଉପରେ ପଡ଼ିଯାଇପାରେ ଓ ଧନଜୀବନ ନଷ୍ଟ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଜିଲ୍ଲା ପ୍ରଶାସନ ତୁରନ୍‌ନ୍ତ ଏହି ଦୁଇଟି ଶୁଖିଲା ଗଛକୁ ରାସ୍ତାକଡ଼ରୁ ହଟେଇବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.