oom

ମହାଆଡମ୍ବରରେ ଶୁଭାରମ୍ଭ ହେଲା ୨ୟ ପଦ୍ମପୁର ଲୋକ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହେଉଛି କଳା ଓ ସଂସ୍କୃତିର ଗନ୍ତାଘର । ଏହି ସାଂସ୍କୃତିକ କଳାକୁ ଲୋକଲୋଚନକୁ ଆଣିବା ପାଇଁ ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଏବଂ କଳା ଓ ପଦ୍ମପୁର କଳା ଓ ସଂସ୍କୃତିକୁ ବଜାୟ ରଖିଥିବା ବୁଦ୍ଧିଜୀବୀଙ୍କ ତତ୍ୱାବଧାନରେ ମହାଆଡମ୍ବରେ ଶୁଭାରମ୍ଭ ହେଲା ୨ୟ ପଦ୍ମପୁର ଲୋକ ମହୋତ୍ସବ ୨୦୨୨ । ଦୀର୍ଘ ୨ ବର୍ଷ କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ହା ହା କାର ମଚିଯାଇଥିବା ବେଳେ ଏବେ ଏହି କରୋନା ମହାମାରୀରୁ ସମଗ୍ର ଦେଶରେ ପୁଣି ଜୀବନ ଯାପନ ପ୍ରଣାଳୀ ସୁରୁଖୁରୁରେ ଚାଲିବା ଆରମ୍ଭ କରିଛି । ଯଦ୍ୱାରା କି ଆଜି ପଦ୍ମପୁର ଟାଉନ କ୍ଲବ ତରଫରୁ ପୁଣି ୨ୟ ପଦ୍ମପୁର ଲୋକ ମହୋତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ଏବଂ ରାଜ୍ୟ ବାହାରୁ ବିଭିନ୍ନ ପ୍ରକାର ବ୍ୟବସାୟୀମାନେ ଆସି ଏହି ଲୋକ ମହୋତ୍ସବରେ ନିଜେ ନିଜେ ଅଂଶ ଗ୍ରହଣ କରି ନିଜ ନିଜ ଜିନିଷର ଚାହିଦା ବୃଦ୍ଧି କରିବା ସହ ବଣିଜ୍ୟ ମଧ୍ୟ କରୁଛନ୍ତି । ତା’ ସହ ଲୋକମାନଙ୍କ ମନୋରଂଜନ ପାଇଁ ମିନାବଜାର ତଥା ତା ୨୯/୦୪/୨୦୨୨ ଠାରୁ ତା ୦୧/୦୫/୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର କାର୍ଯ୍ୟ ଅଛି । ୨ୟ ପଦ୍ମପୁର ଲୋକ ମହୋତ୍ସବ ୨୦୨୨ର ଶୁଭାରମ୍ଭ ଏକ ବିଶାଳ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଆଇ.ଆଇ.ସି ରାଜେନ୍ଦ୍ର ଶିଆଳ ଏବଂ ବାଣିଜ୍ୟମେଳାକୁ ପଦ୍ମପୁର ଏସ.ଡି.ପି.ଓ ବିଭୂତି ଭୂଷଣ ଭୋଇ ଫିତା କାଟି ଶୁଭାରମ୍ଭ କରିଥିଲେ । ଏହି ଲୋକ ମହୋତ୍ସବକୁ ସମଗ୍ର ପଦ୍ମପୁର ଅଂଚଳବାସୀ ବହୁ ମାତ୍ରାରେ ଯୋଗଦାନ ଦେବା ସହ ଏତେ ଦିନ ପରେ ପୁଣି ଥରେ ପଦ୍ମପୁର ସହରରେ ଏକ ଖୁସୀର ଲହରୀ ବ୍ୟାପିଯିବାରୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଟିଛି ଏବଂ ସମସ୍ତ ଟାଉନ କ୍ଲବର କମିଟି ସଦସ୍ୟଙ୍କୁ ସମସ୍ତେ ଏହି ପ୍ରକାର ସୁନ୍ଦର ପଦକ୍ଷେପ ପଦ୍ମପୁର ଅଂଚଳବାସୀଙ୍କ ପାଇଁ ନେଇଥିବାରୁ ସାଧୁବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.