ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକ ପରିସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୮୫୭୩ ତା ୯.୬.୨୦୨୩ ଅନୁଯାୟୀ ବ୍ଲକସ୍ତରୀୟ ଲୋକ କଳା ଦିବସ ପାଳିତ କରାଯାଇଅଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ନଗର କଳା ସଂସ୍କୃତି ସଂଘର ଉପସଭାପତି ଗୋପାଳ ପଧାନ ଉପସ୍ଥିତ ଥିଲେ । ଏ ଅବସରରେ ବିଶିଷ୍ଟ ତବଲା ବାଦକ ଟଙ୍କଧର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ବଲାଙ୍ଗିର ବ୍ଲକ ଅଂଚଳର ପାଖାପାଖି ୭୦-୮୦ଜଣ କଳାକାର ଅଂଶଗ୍ରହଣ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଗୋଲାପ ବାଗ ସଭା ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉପେନ୍ଦ୍ର ରଣା, ପିଇଓ ରଞ୍ଜୀବ ସାହୁ, ତରୁଣକାନ୍ତି ପଧାନ, ଭକ୍ତବନ୍ଧୁ ପଧାନ, ଗଣେଶ୍ୱର ବେହେରା, ଅବନୀ କାନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ ।