centurian jitm

ତୁରେକେଲାରେ ଲୋକକଳା ମହୋତ୍ସବ ଅନଷ୍ଠିତ

nschool

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଅଞ୍ଚଳ ସାନବାଙ୍କି ଗ୍ରାମ ଓ ସାଲେମୁଡାଗାଁ ଉଭୟ ଗ୍ରାମର ମିଳିତ ଆନୁକୂଲ୍ୟରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଏକ ଲୋକକଳା ମହୋତ୍ସବ ଅନଷ୍ଠିତ ହୋଇଯାିଛି । ପବିତ୍ର ମହାଶିବରାତ୍ରି ଜାଗର ବେଢ଼ା ସାନବାଙ୍କି ସ୍ଥିତି ଧବଳେଶ୍ୱର ମହାଦେବ ମନ୍ଦିରଠାରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ କାର୍ତ୍ତିକ ସାହୁ ଏବଂ ମୁଖ୍ୟବକ୍ତା ଭାବେ ଭକ୍ତବନ୍ଧୁ ମେହେର, ଅମିଲ ପଟେଲ ଓ ତୁଳସୀ ରାମ ଜଗତ ମଞ୍ଚ ସଂଚାଳକ ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଗୟା ବାଗ, ଉପସଭାପତି ରଘୁମାନି ସଗ୍ରିଆ, ସମ୍ପାଦକ ହେମପତି ଛତ୍ରିଆ, ବଡ଼ବାଙ୍କି ପଂଚାୟତର ସରପଞ୍ଚ ଡୋଳାମଣି ବାଗ ମଞ୍ଚାସୀନ ହୋଇଥିଲେ । ସଭାପତି ଗୟା ବାଗ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ମଞ୍ଚରେ ସଙ୍କୀର୍ତ୍ତନ, ଭାଗବତ ମଣ୍ଡଳୀ, ଘୁଡକା ନାଚ, ଖଜନି ଗୀତ ଭଜନ, ପାରମ୍ପରିକ ବାଜା, ନାଚଗୀତ ଭଜନ ଇତ୍ୟାଦି ପରିବେଷଣ କରିଥିଲେ । ଭକ୍ତମାନେ ମହାଦେବଙ୍କୁ ପୂଜା କରିବା ପାଇଁ ଲମ୍ବାଧାଢିରେ ଠିଆ ହୋଇ ପ୍ରତିକ୍ଷା କରିଥିଲେ । ଆଖପାଖ ଗାଁର ଭକ୍ତ ଓ କଳାକାର ଦର୍ଶକମାନେ ରୁଣ୍ଡ ହୋଇ ମହାଦେବଙ୍କୁ ଜଳ ଅର୍ପଣ କରୁଥିଲେ । ଫୁଲ, ଚନ୍ଦନ ଓ ଧୂପଦୀପ ପ୍ରଦାନ କରି ଆନନ୍ଦ ମନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରି ମନ୍ଦିରରେ ତିଆରି ହୋଇଥିବା ଅନ୍ନ ପ୍ରସାଦ ଗ୍ରହଣ କରି ଆନନ୍ଦିତ ହୋଇଥିଲେ ।

Leave A Reply

Your email address will not be published.