oom

ଲୋକଗୀତରେ ଅର୍ଜୁନ ନନ୍ଦ ଓ ଗଣ୍ଡାବଜା ଗବେଷକରେ ପ୍ରକାଶ ନନ୍ଦଙ୍କୁ ବିକେଏସ୍‌ଏସ୍‌ ପକ୍ଷରୁ ସମ୍ବର୍ଦ୍ଧନା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ପ୍ରକୋ‌ଷ୍ଠରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘର ଉପସଭାପତି କଳାକାର ସୁଦାମ ବିଶି ସଭାପତିତ୍ୱ କରିଥିବା ବେଳେ ବିଡ଼ିଓ ମୁରଲୀଧର ନାଏକ ମୁଖ୍ୟ ଅତିଥି ଭାବେ ଓ ବ୍ଲକ ଏକାଉଟାଣ୍ଟ ଅଞ୍ଜନ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଗତ ଫେବୃୟାରୀ ମାସରେ ଦେଓଗାଁ ବ୍ଳକ ହାତୀସରା ଗାଁର କାଳାକର ଅର୍ଜୁନ ନନ୍ଦ ଓ ରାଏପାଲି ଗାଁର ପ୍ରକାଶ ନନ୍ଦଙ୍କୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବି‌ଭାଗ ପକ୍ଷରୁ ଯଥାକ୍ରମେ ଲୋକଗୀତ ଓ ଗଣ୍ଡାବଜା ଉପରେ ଗବେଷଣା କରିବାକୁ ମନୋନୀତ କରାଯାଇଥିଲା । ଉଭୟଙ୍କୁ ଉତ୍ସାହିତ କରିବା ପାଇଁ ବ୍ଳକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ସ୍ୱତନ୍ତ୍ର ସଭା ମାଧ୍ୟମରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ଧନେଶ୍ୱର ଥନାପତି, ବିଭୂ ରଣା, ଡମ୍ବରୁ ଧରୁଆ, ଚିତ୍ର ସୁନା, ତ୍ରିଲୋଚନ ନନ୍ଦ, ନିରଞ୍ଜନ ଦର୍ଡସନା, ସତ୍ୟ ନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.