ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଫାମିଲି କୋର୍ଟ ଜଜ୍ ବେଣୁଧର ପାତ୍ର, ଭିଜିଲାନ୍ସ କୋର୍ଟ ଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) ଶ୍ରୀମତୀ ସସ୍ୱିତା ନନ୍ଦିନୀ ତ୍ରିପାଠୀ, ସିଭିଲ୍ ଜଜ୍ (କନିଷ୍ଠ) ଶ୍ରୀମତୀ ସସ୍ମିତା ସେଠୀ, ଏସ୍ଡିଜେଏମ୍ ମନୋଜ ମହାନ୍ତି, ଜେଏମ୍ଏଫ୍ସି ପ୍ରକାଶ କୁମାର କର, ପବ୍ଲିକ ପ୍ରୋସିକ୍ୟୁଟର ସୁବାସ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତକୁ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଏଠାରେ ୨୮ଟି ଦେୱାନୀ ମକଦ୍ଦମା ଫଇସଲା ହୋଇଥିଲା । ୪୬ଟି ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ଟ.୧୦୮୫୫୦୮୭.୯୮ ଆଦାୟ ହୋଇଥିଲା । ୧୪ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୯୨୫୩୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୨୩୧ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇ ୮୫୮୦୦୦ ଟଙ୍କାର ଜୋରିମାନା ଆଦାୟ ହୋଇଥିବା ବେଳେ ୧୧୪ଟି ପ୍ରାକ୍ ମକଦ୍ଦମା ମାମଲାର ସମାଧାନ କରାଯାଇ ୭୪୬୪୨୯୪ ଟଙ୍କା ଆଦାୟ ହୋଇଥିଲା । ଏଠାରେ ପାରିବାରିକ ମିଳାମିଶାରେ ୧୫ଟି ମାମଲା ଫଇସଲା ହୋଇଥିଲା ।