centurian jitm

ଜାନୁୟାରୀ ୧୪ରେ ବଲାଙ୍ଗିର ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ୧୪.୦୧.୨୦୨୫ (ମଙ୍ଗଳବାର) ଦିନ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଗଲା । ନିଷ୍ପତ୍ତି ଗ୍ରହଣ କରାଗଲା ଯେ ତା.୧୧.୦୧.୨୦୨୫ ସୁଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ଲକ ସ୍ତରୀୟ ଉତ୍ସବ ସମାପନ କରି ଯୋଗ୍ୟ ପ୍ରତିଯୋଗୀମାନଙ୍କ ତାଲିକା ଉପଖଣ୍ଡକୁ ପ୍ରଦାନ କରିବେ । ବୈଠକରେ ଲୋକ ବାଦ୍ୟ, ଲୋକଗୀତ, ଲୋକ ନୃତ୍ୟ ଓ ଲୋକ ନାଟକ ପ୍ରତିଯୋଗିତା ପାଇଁ ବିଚାରକ ମଣ୍ଡଳି ସ୍ଥିରିକୃତ ହେଲା । ନିର୍ଦ୍ଧାରିତ କରାଗଲା ଯେ ଚଳିତ ବର୍ଷ ମଧ୍ୟ ବିଗତ ଉତ୍ସବ ଭଳି ଦୁଇ ଜଣ ସୁନାମଧନ୍ୟ କଳାକାରଙ୍କୁ ଉପଖଣ୍ଡ ସ୍ତରୀୟ କଳାକାର ସମ୍ମାନ ଦିଆଯିବ । ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବର ସୁପରିଚାଳନା ନିମନ୍ତେ ରିସେପ୍‌ସନ କମିଟି, ଷ୍ଟେଜ କମିଟି, ଫୁଡ କମିଟି ଓ ମିସ୍‌ସିଲାନିୟସ କମିଟି ଗଠନ କରାଗଲା । ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବର ପ୍ରତିଯୋଗିତା ମାନଙ୍କରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଜିଲ୍ଲା ସ୍ତରୀୟ ଲୋକ ଉତ୍ସବରେ ପ୍ରଦର୍ଶନ ପାଇଁ ପ୍ରେରଣ କରାଯିବ । ବୈଠକରେ ଡ. ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବାସୁଦେବ ମେହେର, ବାସୁଦେବ ବେହେରା, ବାସୁଦେବ ନାଗ, ମୁରଲିଧାରୀ ପତି, ଗୌର କିଶୋର ମହାପାତ୍ର, ମଧୁସୂଦନ ନାୟକ, ପ୍ରଶାନ୍ତ ମହାକୁର, ବ୍ରହ୍ମାନନ୍ଦ ବନଛୋର, ସତ୍ୟବାଦୀ ନାଏକ, ଭକ୍ତ ନାଏକ, ସୁଶାନ୍ତ ଚୋପଦାର, ନବୀନ କୁଅଁର, ବିଥିକା ଚାଟାର୍ଜୀ, ଜୟକୃଷ୍ଣ ମିଶ୍ର, କପିଳେଶ୍ୱର ଖମାରୀ ଏବଂ ବିଭୁ କଲ୍ୟାଣ ଗଡତ୍ୟାଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.