ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଏବଂ ମେହେର ଜୟନ୍ତୀ ପାଳିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଆଚାର୍ଯ୍ୟ ଅଚ୍ୟୁତାନନ୍ଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରକ୍ଷାବନ୍ଧନ ପର୍ବ ପାଳନ ତଥା ଗଙ୍ଗାଧର ମେହେରଙ୍କ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଅତିଥି ପରିଚୟ ଏବଂ ଉଦ୍ଦେଶ୍ୟ କଥନ କରିଥିବା ବେଳେ ଆଚାର୍ଯ୍ୟ ଦେବାନନ୍ଦ ମହାଲିଙ୍ଗ ଏବଂ ଝରଣା ସାହୁ ଗଙ୍ଗାଧର ମେହେରଙ୍କ ବିଷୟରେ ତଥା ରାକ୍ଷୀ ପୂର୍ଣ୍ଣିମା ସଂପର୍କରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.