ଛତ୍ରପୁର ଭେଙ୍କେଟଶ୍ୱର ଲଜ୍‌ ମାଲିକଙ୍କ କୋରନାରେ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଷ୍ଠିତ ଜଣାଶୁଣା ଭେଙ୍କଟଶ୍ୱର ଲଜ୍‌ ମାଲିକ ଭି. ରାମଲିଙ୍ଗେଶ୍ୱର ରାଓ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ହସ୍ପିଟାଲରେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ପ୍ରକାଶ ଥାଉ କି, ସେ କୋରନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସହଧାର୍ମିଣୀ ତାଙ୍କୁ ଦେଖା କରିବାକୁ ଯାଇଥିଲେ, ଦେଖାକରିବାକୁ ଯାଇ ମାଲିକଙ୍କ ଧର୍ମପତ୍ନୀ ଭି. କାମେଶ୍ୱରୀ ଆମ୍ମା କରୋନାରେ ଆକ୍ରାନ୍ତ ହୋଇଥିଲେ । ଗତ ୪ ତାରିଖରେ କାମେଶ୍ୱରୀଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଆଜି ରାତ୍ରି ୯ଘଣ୍ଟା ସମୟରେ ଲଜ୍‌ ମାଲିକଙ୍କ ପୁଣି ମୃତ୍ୟୁ ଖବର ଶୁଣି ଛତ୍ରପୁରବାସୀ ସ୍ତବ୍ଧ ହୋଇଯାଇଛନ୍ତି ।

Leave A Reply

Your email address will not be published.