ଟିଟିଲାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସବୁବେଳେ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମକୁ ଯାଇ ସେଠାରେ ଏକ ପରୀକ୍ଷଣ ଶିବିର ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁମୁଣ୍ଡି ଗ୍ରାମର ବିଜେଡି ନେତା ହେମନ୍ତ ସାହୁ, ଯୁବ ସଂଗଠକ ସୁଶାନ୍ତ ସାହୁଙ୍କ ଉଦ୍ୟମ କ୍ରମେ ତଥା ଲାୟନ୍ସ କ୍ଳବର ପୂର୍ବତନ ସଭାପତି ରତ୍ନାକର ସାହୁ ଓ ମିନାକ୍ଷୀ ସାହୁଙ୍କ ଉଦ୍ୟମ କ୍ରମେ କ୍ରମେ ଏହି ଗ୍ରାମରେ ଏହି ଶିବିର ଆୟୋଜନ କରାଯାଇଥିଲା । ଗ୍ରାମର ବହୁତ ମହିଳା ଏବଂ ପୁରୁଷ ଏଥିରେ ନିଜର ପରୀକ୍ଷଣ କରାଇଥିଲେ । ଏହି ଶିବିରକୁ ପରିଚାଳନା କରିବାରେ ଲାୟନ୍ସ କ୍ଲବର ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ପ୍ରୋଜେକ୍ଟ ଚେୟାରମେନ ସନ୍ତୋଷ ମହାନ୍ତି, ଲାୟନ ପଙ୍କଜ ନାମଦେବ, ସୁଜିତ ଚୌଧୁରୀ, ଖୀରସିନ୍ଧୁ ଦର୍ଜୀ, ଗୀତାଞ୍ଜଳି,ଏସସିଡି ସେଣ୍ଟରର ଭରତ ବେହେରା ସହଯୋଗ କରିଥିଲେ ।