ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ବେଷ୍ଟ ଇଣ୍ଟରନେସେନାଲ୍ ଫାଉଣ୍ଡେସନ ତରଫରୁ ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ରାଉରକେଲା, ଲାୟନ୍ସ କ୍ଲବ ପାନପୋଷ ଓ ଲାୟନ୍ସ କ୍ଲବର ଛେଣ୍ଡର ମିଳିତ ଆନୁକୂଲ୍ୟରେ ଏହି ଦୁଇଦିନିଆ କର୍ମଶାଳା ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ସହରର ୧୨ଟି ବିଦ୍ୟାଳୟରୁ ପ୍ରାୟ ୪୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ଲାୟନ୍ସ କ୍ଲବ ରାଉରକେଲାର ସଭାପତି ଲାୟନ ଡାକ୍ତର ଜ୍ୟୋତି ସ୍ୱାଇଁ, ଲାୟନ ଅକ୍ଷୟ ଜେନା, ଲାୟନ ଆଇ.ନାୟକ, ଲାୟନ ରାଜେଶ ଶର୍ମା, ଆଞ୍ଚଳିକ ଅଧ୍ୟକ୍ଷ ଲାୟନ ଭାରତ ଲୋଖାନୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ କୈଶୋର ଅବସ୍ଥାରୁ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସେମାନଙ୍କର ବୌଦ୍ଧିକ ବିକାଶ ଦକ୍ଷତା ଉପରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଥିଲା । ଏହା ସହ ଅଧ୍ୟକ୍ଷମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଯେଉଁଥିରେ ସାମାଜିକ କାର୍ଯ୍ୟ ସହ ଶୈକ୍ଷିକ ବାତାବରଣ ଓ ପାଠ୍ୟକ୍ରମ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଭିଜ୍ଞତା ହାସଲ କରିଥିବା ନିଧି ନାଗରଥ ପରିଚାଳନା କରିଥିଲେ । ଏହି କର୍ମଶାଳାଗୁଡିକୁ ଲାୟନ୍ସ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ନର ଲାୟନ ରାକେଶ କୁମାର ସିଂହ ଉଦ୍ଘାଟନ କରିଥିବା ବେଳେ ଲାୟନ ପି.ସି.ନାୟକ, ଲାୟନ ହରଦୀପ ସିଂହ ହୁଡା, ଲାୟନ ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
Next Post