ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ଉଦ୍ଘାଟିତ ହୋଇଯାଇଛି ଏକ ସ୍ୱାସ୍ଥ୍ୟ ଶିବିର । ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିଛନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡା. ମନୋଜ କୁମାର ସାହୁଙ୍କ ସହ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ଯେ, ଆୟୁର୍ବେଦ ଚିକିତ୍ସା ମାନବ ସମାଜ ପାଇଁ ମୂଲ୍ୟବାନ ଉପହାର ହୋଇଥିବା ବେଳେ ଆୟୁର୍ବେଦ ଚିକିତ୍ସା ପ୍ରତି ସମସ୍ତେ ଆଗ୍ରହୀ ହେବା ଉଚିତ । ଆଜି ଉଦ୍ଘାଟିତ ହୋଇଥିବା ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିରବାସୀ ଯୋଗଦାନ କରି ଏହାର ଲାଭ ଉଠାଇବା ପାଇଁ ସେ କହିଛନ୍ତି ।
Prev Post