ପାଟଣେଶ୍ୱରୀ ମନ୍ଦିରର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣିକା ଲେଖା ଆବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ୧୮୭୨ ମସିହାରେ ନୂତନ ନକ୍ସା ତିଆରି ହୋଇ ରାଜଧାନୀ ସ୍ଥାପନ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ମା’ ପାଟଣେଶ୍ୱରୀ ଦେବୀଙ୍କର କିମ୍ବଦନ୍ତୀ ଓ ଐତିହ୍ୟ ଏବଂ ତନ୍ତ୍ରମନ୍ତ୍ର, ମା’ଙ୍କ ଆବିର୍ଭାବ, ଭକ୍ତମାନଙ୍କର ଆସ୍ଥା ବିଶ୍ୱାସର ଦେବୀ ଏବଂ ମା’ଙ୍କ ମହିମା ଆଗାମୀ ଜାନୁଆରୀ ମାସରେ ମା’ ପାଟଣେଶ୍ୱରୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଉଦ୍ଦେଶ୍ୟରେ ସ୍ମରଣିକା ପ୍ରକାଶିତ ହେବ । ଅବିଭକ୍ତ ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ଦେବାଦେୀଙ୍କୁ ନେଇ ମଧ୍ୟ ଏଥିରେ ପ୍ରକାଶ ପାଇବ । ଲୋକକଥା, ପ୍ରଚୀନ ସାଂସ୍କୃତିକ ପରଂପରା ଓ ଐତିହ୍ୟ ପୂଜା ପରଂପରା ଏଥିରେ ପ୍ରକାଶ ପାଇବ । patneswaridevibgr.150@gmailରେ ଲେଖା ପଠାଇବା ପାଇଁ ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ନିବେଦନ କରିଛନ୍ତି ।

Leave A Reply

Your email address will not be published.