ls

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ଉପସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ

sb

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ । ଏଠାରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନିଜର ୩୮ ବର୍ଷର କ୍ୟାରିଅରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ସେ ଫ୍ରଣ୍ଟ୍ ଲାଇନ୍‌ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆହୁରି ମଧ୍ୟ ଜାମ୍ମୁ-କାଶ୍ମୀରର ଏଲଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ ସୂଚାରରୂପେ କାର୍ଯ୍ୟ କରିବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ ସେ ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ମଧ୍ୟ ନେଇଥିଲେ । ଏତତ୍ ବ୍ୟତୀତ, ନୂଆଦିଲ୍ଲୀ ଆର୍ମି ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟ୍ରାଟେଜିକ ମୁଭମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସମ୍ମାନଜନକ ପଦବୀରେ ସେ ନିଯୁକ୍ତ ହୋଇଥିଲେ । ଜେନେରାଲ ମହାନ୍ତି ସିକ୍କିମର ଡୋକଲାମରେ ୨୦୧୮ରେ ଚୀନ ସହ ଦୀର୍ଘଦିନ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ସେନାର କମାଣ୍ଡାଣ୍ଟ ପଦରେ ରହି ସମସ୍ୟାର ସମାଧାନ ଦିଗରେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ ।

pc pk
Leave A Reply

Your email address will not be published.