ହଳଦୀ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦରମହକୁମାଠାରେ ଗୁରୁବାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଆୟୋଜିତ ଉତ୍ସବରେ ଯୋଗଦାନ କରିଥିଲେ ମୁଖ୍ୟଅତିଥି ଭାବରେ ହଂସରାଜ ଜୈନ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସମ୍ମାନିତ ଅତିଥି ରୂପେ ନିରୁପମା ମାଝୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷା, ସମ୍ମାନିତ ଅତିଥି ବିଶ୍ୱବିହାରୀ ଯୋଷୀ ସରପଞ୍ଚ ମୁରିବାହାଲ, ଅନ୍ତର୍ଯ୍ୟାମୀ ବାଗ ସରପଞ୍ଚ ଟୁପାଉଡାର, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପୃଷ୍ଟି, ଦୈତାରୀ ଭୋଇ, ହଳଧର ମାହାକୁର, ତପନ ଦୀପ, ଚିତ୍ରସେନ ହାତୀ, ଟଙ୍କଧର ହଂସ, ସୋନୁ ହାତୀ, ପିଣ୍ଟୁ ପଶାୟତ, ପପୁ ବାଗ, ଚିତ୍ରସେନ ହାତୀ, ବାସୁଦେବ ଜାନୀ ସହିତ ଅନ୍ୟାନ୍ୟ ସଦସ୍ୟ ଗଣ । ଶ୍ରୀ ଶ୍ରୀ ମହାଲକ୍ଷ୍ମୀଙ୍କ ଦର୍ଶନ ସହିତ ଅଞ୍ଚଳର ବିକାଶକୁ ନେଇ ଲକ୍ଷ୍ମୀପୂଜା କମିଟି ସହିତ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.