ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ମୁନିନ୍ଦା ଗ୍ରାମରେ ମା’ ମହାଲକ୍ଷ୍ମୀଙ୍କ ପୁଜା ମହାସମାରୋହରେ ପାଳିତ ହୋଇଯାଉଛି । ୧୪ ଜଣ କଳସ ଧରି ନିକଟସ୍ଥ ଲୁଣା ନଦୀରେ କଳସ ବୁଡ଼ାଇବା ସହ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରଥମ ଦିବସରେ ଅଙ୍କୁରା ରୋପଣ, ଗୋ ପୁଜା, ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର, ଆଳତି, ଲକ୍ଷ୍ମୀ ସ୍ରୋତମ ପାଠ କରାଯିବା ସହିତ ମା’ଙ୍କ ପୂଜା ଯଥା ବିଧି ନୀତିକାନ୍ତିରେ କରାଯାଇଥିଲା । ଅନନ୍ତ କୁମାର ଶତପଥୀ ମୁଖ୍ୟ ପୂଜକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ନବ କିଶୋର ଦଳାଇ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଲକ୍ଷ୍ମୀ ପୂଜା ଆଜକୁ ୩ ବର୍ଷ ହୋଇଆସୁଥିବା ବେଳେ ୨୦୧୯ ମସିହାରେ ନବ କିଶୋର ଲୁଣା ନଦୀରେ ସ୍ନାନ କରୁଥିବା ବେଳେ ମା’ଙ୍କ ଅଷ୍ଟଧାତୁ ମୂର୍ତୀ ନଦୀରୁ ପାଇଥିଲେ । ସେବେଠାରୁ ଏହି ଧାର୍ମିକ କାର୍ଯ୍ୟ କରିଆସୁଥିବା ବେଳେ ଗ୍ରାମବାସୀମାନେ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଦାଶିବ ସ୍ୱାଇଁ, ପ୍ରସନ୍ନ ଦଳେଇ, ଜବାହରଲାଲ ବିଶ୍ୱାଳ, ରଶ୍ମି ରଞ୍ଜନ ଦଳେଇ, ତ୍ରିନାଥ ତ୍ରିଲୋଚନ ଦଳେଇ ପ୍ରମୁଖ କାର୍ଯ୍ୟା ସମ୍ପାଦନରେ ସହଯୋଗ କରିଥିଲେ ।