jayashree

ପାଇକମାଲ ଅଞ୍ଚଳରେ ମାଟିର ମଣିଷ ଭାବେ ପରିଚିତ ଲକ୍ଷ୍ମଣ ମାଝୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଚେରଙ୍ଗାଝାଞ୍ଜ ଗ୍ରାମର ଲକ୍ଷ୍ମଣ ମାଝୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟ ବେଳକୁ ୭୩ ବର୍ଷ ବୟସ ହେଉଥିଲା । ସ୍ଵର୍ଗତ ମାଝୀ ଜଣେ ଚାଷୀ ଭାବରେ ବେଶ ପରିଚିତ ଥିଲେ । ସେ ସର୍ବଦା କଠିନ ପରିଶ୍ରମ କରି ମାଟିରେ ମିଶି ବିଭିନ୍ନ ପ୍ରକାର ଚାଷ କରୁଥିଲେ । ଚେରଙ୍ଗାଝାଞ୍ଜ ଗ୍ରାମର ମୂଳ ନିବାସୀ ଆଦିବାସୀ ଗଣ୍ଡ ସମାଜର ଗ୍ରାମ୍ୟ ଝାଙ୍କର ଝାଙ୍କୁରୁ ମାଝୀ କନିଷ୍ଠ ପୁତ୍ର ଥିଲେ ସ୍ଵର୍ଗତ ଲକ୍ଷ୍ମଣ ମାଝୀ । ସ୍ଵର୍ଗତ ଲକ୍ଷ୍ମଣ ନିଜ ପୈତୃକ ସମ୍ପତ୍ତିରେ ଅକ୍ଳାନ୍ତ ପରିଶ୍ରମ କରି ଦୈନିକ ସର୍ବାଧିକ ସମୟ ନିଜ ଜମିରେ ଖଟୁଥିଲେ । ସେ ବିଭିନ୍ନ ପ୍ରକାରର ଚାଷ କରି ଲୋକଙ୍କର ଅଭାବ ମେଣ୍ଟାଉଥିଲେ । ଶେଷରେ ମାଟିରେ ସେ ମିଶି ଗଲେ । ସେ ସବୁବେଳେ କହୁଥିଲେ “କମାଇଁ ରଜା କମାଇଁ ପ୍ରଜା କମାଇଁ ନି ଖାଇଲେ ପର୍ ଘର ଯା” ବୋଲି ଲୋକଙ୍କୁ ସବୁବେଳେ କହୁଥିଲେ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ବେଳକୁ ଦୁଇ ପୁଅ ଶିକ୍ଷକ ଗୋବିନ୍ଦ ମାଝୀ, ସୁବିନ୍ଦ୍ର ସାହୁ, ବୋହୂ ଫୁଲେଶ୍ଵରୀ ମାଝୀ, ଝୀଅ ବେଳମତୀ ମାଝୀ ଉପସ୍ଥିତ ଥିଲେ । ତାଙ୍କ ବଡ଼ ପୁଅ ‌ଗୋବିନ୍ଦ ମାଝୀ ଗଣ୍ଡ ସମାଜର ପୂର୍ବ ସାମାଜିକ ପରମ୍ପରା ରୀତିନୀତି ଅନୁସାରେ ଶବ ସଂସ୍କାର କରିଥିଲେ । ତାଙ୍କର ବିଯୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.