centurian jitm

ରଘୁନାଥ ଜୀଉ ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ଲାଉଲେଇ ଧାନମଣ୍ଡି

ଢେଙ୍କାନାଳ, (ତାପସ ଦାସ) : ଦୀର୍ଘ ସମୟ ଅବସାନ ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲାଉଲେଇ ସେବା ସମବାୟ ସମିତିଠାରେ ଶକ୍ତି ରଘୁ ନାଥ ସୂର୍ଯ୍ୟ ସହାୟକ ଗୋଷ୍ଠୀ ଖଙ୍କିରା ତରଫରୁ ଧାନ ମଣ୍ଡିର ଶୁଭ ଆରମ୍ଭ କରାଯାଇଛି । ଏଥିରେ ଗଁଦିଆର ବିଡିଓ ଆଶିଷ ରଂଜନ ସାହୁ, ସହକାରୀ ଯୋଗାଣ ନିର୍ବାହୀ ଅଧିକାରୀ ବିଶ୍ଵଭୂଷଣ କର, ଲାଉଲେଇ ସମିତିସଭ୍ୟ ଟଙ୍କଧର ବାରିକ, ସମାଜ ସେବୀ ନୃସିଂହ ଚରଣ ଧୀର, ରଘୁନାଥ ଜୀଉ ମହିଳା ସୂର୍ଯ୍ୟସହାୟକ ଗୋଷ୍ଠୀର ସଭାପତି ରୋଜାଲିନ ପଟ୍ଟନାୟକ ଓ ସଂପାଦକ ଅମାଲିସା ବଳ ସାମନ୍ତ, ସମବାୟ ସମିତିର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଆଜି ୩୨ ଜଣ ଚାଷୀଙ୍କର ୧୦୦୦ କ୍ୱିଣ୍ଟାଲ ଧାନ ଉଠିଥିଲା । ମୋଟ ୬୯୧ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ କରିଥିବା ବେଳେ ଅଧିକାଂଶ ଚାଷୀଙ୍କର ମେସେଜ ଆସିନାହିଁ ବୋଲି ଅଭିଯୋଗ ହୋଇଛି । କେବେ ସେମାନଙ୍କରଧାନ ଉଠିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

Leave A Reply

Your email address will not be published.