ଦୋଳ ଯାତ୍ରା ଅବସରରେ ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଲଉଡ଼ି ଖେଳ ଆୟୋଜିତ

ମାହାଙ୍ଗା : କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଦୋଳ ଯାତ୍ରା ଅବସରରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ମା’ ଶ୍ରୀ ରାଧା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାଳବୃଦ୍ଧ ବନିତା ଅତ୍ୟନ୍ତ ଭକ୍ତି ଓ ବିଶ୍ୱାସର ସହିତ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ସମୟରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ଏଠାରେ ଲଉଡ଼ି ପ୍ରତିଯୋଗୀତା ଆୟୋଜନ କରିଥାନ୍ତି । ରାଧାକୃଷ୍ଣ ପ୍ରେମଲୀଳା ଉପରେ ଆଧାରିତ ବିଭିନ୍ନ ସଙ୍ଗୀତ ଗାନ କରାଯିବା ସହ ଲଉଡ଼ି ଖେଳ ଓ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ କୁହୁଣ୍ଡା, ମୂଳବସନ୍ତ ଏବଂ ଶ୍ରୀକୃଷ୍ଣପୁର ପଞ୍ଚାୟତର ବିଭିନ୍ନ ଗାଁରୁ ବହୁ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଯୋଗ ଦେଇଥାନ୍ତି ।

Leave A Reply

Your email address will not be published.