oom

ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାର ଡାକ-ଲଫାଫା ଉନ୍ମୋଚନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଶ୍ରୀଗୁଣ୍ଡିଚା ଘୋଷଯାତ୍ରା ଅବସରରେ ଭାରତୀୟ ଡାକବିଭାଗ ତରଫରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥର ସାଂକେତିକ ଚିତ୍ରକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ମୋହର କ୍ୟାଚେଟର ଶୁଭାରମ୍ଭ ପୂର୍ବକ ସ୍ୱତନ୍ତ୍ର ତଥା ବିଶେଷ ରଦ୍ଦକରଣ ଓ ଉକ୍ତ କ୍ୟାଚେଟର ସଂକେତ ବହନ କରୁଥିବା ଡାକ-ଲଫାପା, ଅନ୍ତର୍ଜାତୀୟ ପତ୍ର, ପୋଷ୍ଟକାର୍ଡ ପ୍ରଭୃତିର ଲୋକାର୍ପଣ କରାଯାଇଅଛି । ଏହି ଅବସରରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ଉଭୟ ବ୍ରହ୍ମପୁର ଓ ଛତ୍ରପୁର ମୁଖ୍ୟ ଡାକଘର ପରିସରରେ ବରିଷ୍ଠ ଡାକ-ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରାହିତ୍ୟରେ ପର୍ଯ୍ୟାୟ କ୍ରମେ ଏହି ମହନୀୟ ଓ ସ୍ମରଣୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁରଠାରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମତୀ ଲୀନା କୁମାରୀ ଖେସ୍ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଅଧ୍ୟାପକ ଡ଼ଃ.ଭି.ରାଜେନ୍ଦ୍ର ରାଜୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଡାକ ବିଭାଗର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଛତ୍ରପୁର ମୁଖ୍ୟ ଡ଼ାକପାଳ ଅଶ୍ୱିନୀ କୁମାର ସ୍ୱାଇଁ, ସହକାରୀ ଡାକ-ଅଧିକ୍ଷକ ଏମ୍. ସଞ୍ଜୟ କୁମାର ଦୋରା, କିରଣମାଳା ପଣ୍ଡା, ଡାକ ଟିକଟ ସଂଗ୍ରାହକ ଅଜିତ କୁମାର ପଣ୍ଡା, ଦିଲୀପ କୁମାର ପଣ୍ଡା, ରମେଶ ଚନ୍ଦ୍ର ପୁରୋହିତ, ସୁଶ୍ରୀ ପ୍ରିୟ ଦର୍ଶନୀ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ସହ ଡାକଟିକଟ ସଂଗ୍ରହର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଡାକ-ଅଧୀକ୍ଷକ ଶ୍ରୀ ପାଢ଼ୀ ଡାକ ଟିକଟ ସଂଗ୍ରହ ବା ଫିଲାଟେଲି ଭଳି ଏକ ସୁନ୍ଦର ଅଭ୍ୟାସକୁ ସବୁପରିବାର ନିକଟରେ ପହଞ୍ଚାଇବାକୁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ । ସେହିଭଳି ବ୍ରହ୍ମପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଡାକ-ଅଧିକ୍ଷକ ଚକ୍ରଧର ନାୟକ, ବ୍ରହ୍ମପୁର ମୁଖ୍ୟ ଡାକପାଳ କାହ୍ନୁଚରଣ ସାହୁଙ୍କ ସମେତ ଦକ୍ଷିଣ ଓଡିଶା ଡାକଟିକଟ ସଂଗ୍ରାହକ ସଂଘ ତରଫରୁ ଡ଼କ୍ଟର ପ୍ରାଣଚାନ୍ଦ ପଣ୍ଡା, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଡାକ-ଅଧିକ୍ଷକ ଏମ୍. ସଞ୍ଜୟ କୁମାର ଦୋରା ଛତ୍ରପୁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସହକାରୀ ଡାକ-ଅଧିକ୍ଷକ କିରଣମାଳା ପଣ୍ଡା, ବ୍ରହ୍ମପୁର ଉପଖଣ୍ଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.