୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବୁଗୁଡା ମହିଳା କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି. କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସାଗରିକା ମହାନ୍ତି ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ । ସୂଚନା ଥାଉକି, ବୁଗୁଡ଼ା ସହରାଞ୍ଚଳର ୧ ନମ୍ବର ୱାର୍ଡ ବାସିନ୍ଦା ବାହାନ ଦାଶ୍ ସେ ଘରର ପ୍ଲାନିଂ ଅନୁମୋଦନ ମଞ୍ଜୁର କରିବା ନିମନ୍ତେ ମ୍ୟାଡେମ୍ ବହୁ ପୂର୍ବରୁ ୪ହଜାର ଟଙ୍କା ଉତ୍କୋଚ ମାଗିଥିଲେ । ଉତ୍କୋଚ ନଦେଲେ ମୁଁ ଉକ୍ତ କାମ କରିବିନି ବୋଲି ଶ୍ରୀମତୀ ମହାନ୍ତି କହିଥିଲେ । ଏହାକୁ ନେଇ ଶ୍ରୀ ଦାଶ୍ ବ୍ରହ୍ମପୁର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ସେନେଇ ଗତକାଲି ବୁଗୁଡ଼ା ଏନ୍.ଏ.ସି. କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସାଗରିକା ମହାନ୍ତି ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ତାଙ୍କର କୌଶଳ ପ୍ରଣାଳୀ ଅନୁସାରେ ତାଙ୍କୁ ଗିରଫ କରିଥିଲେ । ସେ ବୁଗୁଡ଼ା ସହରାଞ୍ଚଳ ସୋମନାଥ ନଗରରେ ରହୁଥିବା ଭଡ଼ା ଘର, ଅଫିସ ଆଦି ଯାଞ୍ଚ କରିଥିଲେ ।

Leave A Reply

Your email address will not be published.

error: Content is protected !!